BEADS ହୋଉଛି ଡିଜାଇନର, କଳାକାର, ସେରାମିଷ୍ଟ ଏବଂ କଳା ଉତ୍ସାହିଙ୍କ ଏକ ଦଳ, ଯାହାଙ୍କୁ ବିଶିଷ୍ଟ କଳାକାର ଶିଳ୍ପୀ ଏବଂ ଚିତ୍ରକାର ଜଗନ୍ନାଥ ପଣ୍ଡା ପରାମର୍ଶ ଦେଇ ଆଗେଇ ନିଅନ୍ତି |
ମନ୍ତ୍ରମୁଗ୍ଧକର, ବିବିଧ, ସୂକ୍ଷ୍ମ, ଜଟିଳ, ବିଚାରପ୍ରେରକ କିନ୍ତୁ ଉପଯୋଗୀ-ଓଡ଼ିଶାର ବିଭିନ୍ନ କଳା ଏବଂ ହସ୍ତଶିଳ୍ପ ବିଷୟରେ କଥାବାର୍ତ୍ତା ହେଲାବେଳେ ଏହି ଶବ୍ଦଗୁଡ଼ିକ ଆମ ମନ ଭିତରେ ଚାଲିଥାଏ | ପଥରକାମ, ରୂପା ତାରକସି, କାଠକାମ, ପିପିଲି ଆପ୍ଲିକ, କଂସା ପିତ୍ତଳ, ଢୋକ୍ରା, ପଟ୍ଟଚିତ୍ର, ଟେରାକଟା ବା ମୃତ୍ତିକା କାମ, ସିଂହକାମ ତାଲୀକାଟି ବେଶ ଲମ୍ବା ଏବଂ ଆଗକୁ ଚାଲିଥାଏ | ଓଡ଼ିଶାର ପ୍ରତ୍ୟକ ଜିଲ୍ଲାର ଏକ ବିଶିଷ୍ଟ ହସ୍ତଶିଳ୍ପ ପ୍ରଥା ରହିଛି ଏବଂ ଏହି ଅଭ୍ୟାସଗୁଡିକ ମଧ୍ୟରେ ଭିନ୍ନତା ମଧ୍ୟ ଦେଖାଯାଏ| 90 ଦଶକର ଆରମ୍ଭରେ ଏହିପରି 100ରୁ ଅଧିକ ଶିଳ୍ପପ୍ରଥା ଓ ଅଭ୍ୟାସକୁ ପ୍ରଖ୍ୟାତ କଳାକାର ତଥା କଳା ଐତିହାସିକ ଡ଼ଃ ଦୀନାନାଥ ପାଠୀଙ୍କ ଦ୍ୱାରା ପ୍ରଲେଖନ କରାଯାଇଥିଲା | କାରିଗରମାନେ କାମ ଖୋଜିବା ପାଇଁ ସଂଘର୍ଷ କରୁଥିବାବେଳେ ଶିଳ୍ପ ପ୍ରଥାର ଏହି ଲମ୍ବା ତାଲିକାଟି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି | BEADS ରେ ଆମେ ଡିଜାଇନ ଚିନ୍ତାଧାରା ଏବଂ ପରୀକ୍ଷାମୂଳକ କଳାଦ୍ୱାରା ସମସାମୟିକ ଦୁନିଆ ସହିତ ସଂଯୋଗ କରୁଥିବା ପଦ୍ଧତିକୁ ପୁନଃଚିତ୍ରଣ କରି ଏହି ଅବିଶ୍ୱସନୀୟ କଳା ଐତିହ୍ୟକୁ ନବୀକରଣ କରିବାର ଲକ୍ଷ ରଖିଛୁ |
2022 ମସିହାରେ BEADS ଆନୁଷ୍ଠାନିକ ଭାବେ ପଞ୍ଜିକୃତ ହୋଇଥିଲା ଏବଂ ଆମର ଏହି ଯାତ୍ରା ଆରମ୍ଭ ହୋଇଥିଲା | ଓଡ଼ିଶାର କାହାଣୀ, ଏହାର କଳା ଏବଂ ହସ୍ତଶିଳ୍ପ ଅଭ୍ୟାସଗୁଡିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ପ୍ରଗାଢ ଊସ୍ଛାହ ନେଇ ଆମେ ଅଙ୍ଗୀକାରବଦ୍ଧ ହୋଇଛୁ |
ଆମେ ଏକ ଅନନ୍ୟ ଆର୍ଟିଷ୍ଟ ରେସିଡେଂସି ପ୍ରୋଗ୍ରାମକୁ କ୍ୟୁରେଟ କରିଛୁ, ଯେଉଁଠାରେ କଳାକାର ଏବଂ ଡିଜାଇନରମାନଙ୍କୁ ଗୋଟିଏ କାନ୍ଥରେ ସୃଜନଶୀଳ ଦିଗରେ ଧାରଣା ଏବଂ ତାର ଅଭ୍ୟାସ ବିକାଶ ପାଇଁ ଆମନ୍ତ୍ରିତ କରିଥାଉ |
ପ୍ରୋଗ୍ରାମଟି ଅଂଶଗ୍ରହଣକାରୀମାନଙ୍କୁ ତାଙ୍କର କଳାତ୍ମକ ଅଭ୍ୟାସର ବିକାଶ ନିମନ୍ତେ ପ୍ରାସଙ୍ଗିକ ବୃତ୍ତିଗତ ଉତ୍ସ ଏବଂ ପରିବେଶର ସୁଯୋଗ ପ୍ରଦାନ କରିଥାଏ | ଏହା ସୃଷ୍ଟିର ଉଭୟ ମାଧ୍ୟମ-ନିର୍ଦ୍ଧିଷ୍ଟ ଏବଂ କ୍ରସ-ପ୍ଲାଟଫର୍ମ ମୋଡ ପାଇଁ ଖୋଲା ଯାହା କଳା ଏବଂ ବିଭିନ୍ନ ବିଚାରଧାରାକୁ ଏକାଠି କରିବା ପାଇଁ ଉଦ୍ୟମ କରେ | ଏହି ଆବାସିକ କାର୍ଯ୍ୟକ୍ରମ କଠୋର ଅଭ୍ୟାସ ଏବଂ ସମସାମୟିକ ଚିନ୍ତାଧାରାର ସଂସ୍କୃତିକୁ ବିକାଶ କରିବାକୁ ପ୍ରୋତ୍ସାହିତ କରେ | Studio କାର୍ଯ୍ୟକୁ ଧ୍ୟାନ ଦେବା ସହ ଅଂଶଗ୍ରହଣକାରୀମାନେ ଗ୍ୟାଲେରୀ ଭ୍ରମଣ, ସଂଗ୍ରହାଳୟ ପରିଦର୍ଶନ ଏବଂ ବିଭିନ୍ନ କର୍ମଶାଳାରେ ଯୋଗ ଦିଅନ୍ତି, ଯାହା ତାଙ୍କର ବୃତ୍ତିଗତ କଳା ଅଭ୍ୟାସକୁ ସାହାଯ୍ୟ କରିଥାଏ | ଏହି ଆବାସିକ କାର୍ଯ୍ୟକ୍ରମ ବିଭିନ୍ନ ବିଷୟରେ ଅନୁସନ୍ଧାନ ଓ ଅଭ୍ୟାସ କରୁଥିବା କଳା ଅଭ୍ୟାସକାରୀଙ୍କ ସହିତ ଦୁଇଟି ସଂସ୍କରଣ ସଫଳତାର ସହିତ ସମାପ୍ତ କରିଛି |
BEADS ହେଉଛି ଡିଜାଇନର, କଳାକାର, ସେରାମିଷ୍ଟ ଏବଂ କଳା ଉତ୍ସାହିଙ୍କ ଏକ ଦଳ, ଯାହାଙ୍କୁ ବିଶିଷ୍ଟ କଳାକାର ଶିଳ୍ପୀ ଏବଂ ଚିତ୍ରକାର ଜଗନ୍ନାଥ ପଣ୍ଡା ପରାମର୍ଶ ଦେଇ ଆଗେଇ ନିଅନ୍ତି |
ମନ୍ତ୍ରମୁଗ୍ଧକର, ବିବିଧ, ସୂକ୍ଷ୍ମ, ଜଟିଳ, ବିଚାରପ୍ରେରକ କିନ୍ତୁ ଉପଯୋଗୀ - ଓଡ଼ିଶାର ବିଭିନ୍ନ କଳା ଏବଂ ହସ୍ତଶିଳ୍ପ ବିଷୟରେ କଥାବାର୍ତ୍ତା ହେଲା ବେଳେ ଏହି ଶବ୍ଦଗୁଡ଼ିକ ଆମ ମନ ଭିତରେ ଚାଲିଥାଏ | ପଥରକାମ, ରୂପା ତାରକସି, କାଠକାମ, ପିପିଲି ଆପ୍ଲିକ, କଂସା ପିତ୍ତଳ, ଢୋକ୍ରା, ପଟ୍ଟଚିତ୍ର, ଟେରାକଟା ବା ମୃତ୍ତିକା କାମ, ସିଂହକାମ ତାଲୀକାଟି ବେଶ ଲମ୍ବା | ଓଡ଼ିଶାର ପ୍ରତ୍ୟକ ଜିଲ୍ଲାର ଏକ ବିଶିଷ୍ଟ ହସ୍ତଶିଳ୍ପ ପ୍ରଥା ରହିଛି ଏବଂ ଏହି ଅଭ୍ୟାସଗୁଡିକ ମଧ୍ୟରେ ଭିନ୍ନତା ମଧ୍ୟ ଦେଖାଯାଏ | 90 ଦଶକର ଆରମ୍ଭରେ ଏହିପରି 100ରୁ ଅଧିକ ଶିଳ୍ପପ୍ରଥା ଓ ଅଭ୍ୟାସକୁ ପ୍ରଖ୍ୟାତ କଳାକାର ତଥା କଳା ଐତିହାସିକ ଡ଼ଃ ଦୀନାନାଥ ପାଠୀଙ୍କ ଦ୍ୱାରା ପ୍ରଲେଖନ କରାଯାଇଥିଲା | କାରିଗରମାନେ କାମ ଖୋଜିବା ପାଇଁ ସଂଘର୍ଷ କରୁଥିବାବେଳେ ଶିଳ୍ପ ପ୍ରଥାର ଏହି ଲମ୍ବା ତାଲିକାଟି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି | BEADS ରେ ଆମେ ଡିଜାଇନ ଚିନ୍ତାଧାରା ଏବଂ ପରୀକ୍ଷାମୂଳକ କଳାଦ୍ୱାରା ସମସାମୟିକ ଦୁନିଆ ସହିତ ସଂଯୋଗ କରୁଥିବା ପଦ୍ଧତିକୁ ପୁନଃଚିତ୍ରଣ କରି ଏହି ଅବିଶ୍ୱସନୀୟ କଳା ଐତିହ୍ୟକୁ ନବୀକରଣ କରିବାର ଲକ୍ଷ ରଖିଛୁ |
2022 ମସିହାରେ BEADS ଆନୁଷ୍ଠାନିକ ଭାବେ ପଞ୍ଜିକୃତ ହୋଇଥିଲା ଏବଂ ଆମର ଏହି ଯାତ୍ରା ଆରମ୍ଭ ହୋଇଥିଲା | ଓଡ଼ିଶାର କାହାଣୀ, ଏହାର କଳା ଏବଂ ହସ୍ତଶିଳ୍ପ ଅଭ୍ୟାସଗୁଡିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ପ୍ରଗାଢ ଊସ୍ଛାହ ନେଇ ଆମେ ଅଙ୍ଗୀକାରବଦ୍ଧ ହୋଇଛୁ |
ୱାନ୍ ୱାଲ୍ ରେସିଡେନ୍ସିର ଦ୍ୱିତୀୟ ସଂସ୍କରଣର ଓପେନ ଡେ ରେ କଳାକାର ଅନସୁକା ମହାପାତ୍ର
ବେଲଗାଡିଆ ରାଜପ୍ରାସାଦ ଏବଂ BEADS ରେସିଡେନ୍ସି ସମୟରେ କଳାକାର ରୋହିତ କାଲେ ତାଙ୍କ ଅଭିଜ୍ଞତା ବିଷୟରେ କହିଛନ୍ତି
2023 ମସିହାରେ ବେଲଗାଡ଼ିଆ ରାଜପ୍ରାସାଦ ସହିତ BEADS ଏକ ଅନନ୍ୟ, ଦୁଇ ଭାଗ ରେ ବିଭକ୍ତ - ଭ୍ରମଣ ସହିତ ଆବାସିକ କଳା ପ୍ରକଳ୍ପକୁ ରୂପ ଦେଇଥିଲା ଯେଉଁଠାରେ ଜଣେ କଳାକାର / ଡିଜାଇନର ଏକ ସ୍ଥାନୀୟ ସମ୍ପ୍ରଦାୟ ଏବଂ ଶିଳ୍ପ କ୍ଲଷ୍ଟର ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ, ଯାହାକି ଆବାସିକ କାର୍ଯ୍ୟକ୍ରମର କ୍ୟୁରେଟୋରିଆଲ କନସେପ୍ଟ ଉପରେ ଆଧାରିତ ଥିଲା | ଆବାସିକ କାର୍ଯ୍ୟକ୍ରମର ଶେଷରେ ସେମାନେ BEADS Studio ରେ ତାଙ୍କର ଅନ୍ତିମ ଧାରଣା ଏବଂ ଚିତ୍ରକଳା ଉପସ୍ଥାପନ କରିଥିଲେ | BEADS Studio ରେ ଏହାକୁ ନିଶ୍ଚିତ କରିବା ପରେ ଭୁବନେଶ୍ୱରରେ ଶିବଦାସ୍ ସେନ୍ ଗୁପ୍ତ ଓ ଜୁଲିୟସ ଦାସ (BEADS Lead Designer) ଯୁବ କ୍ୟୁରେଟର ଯୋଡିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ଏବଂ ଏହାର ନାମ ହେଲା 'ଟ୍ରାଭର୍ସିଂ ବାଇନାରୀ' |
ଏହି ରେସିଡେନ୍ସିରେ ମୁମ୍ବାଇର କଳାକାର ରୋହିତ କାଲେ ମୟୁରଭଞ୍ଜର ବେଲଗାଡ଼ିଆ ରାଜପ୍ରାସାଦରେ ଦଶଦିନ ବିତାଇ ସ୍ଥାନୀୟ ସବାଇଘାସ ହସ୍ତଶିଳ୍ପ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ | କ୍ୟୁରେଟୋରିଆଲ ତଦାରଖ ପାଇଁ ତାଙ୍କ ସହିତ ଜୁଲିୟସ ଦାସ ମଧ୍ୟ ରହିଥିଲେ | ଏହି ସହଯୋଗର ପରିଣାମ ସ୍ୱରୂପ ଶିଳ୍ପ ଅଭ୍ୟାସକାରୀମାନଙ୍କର ସବାଇଘାସ ଉପରେ ଅକ୍ଷର ଲେଖିବାର ଏକ ନୂତନ କୌଶଳ ବିକଶିତ ହେଲା ଯାହାକି ବହୁ ଲେଖା ପଢା ଜାଣିନଥିବା ସବାଇଘାସ କାରିଗରମାନଙ୍କୁ ପ୍ରଥମଥର ପାଇଁ ସେମାନଙ୍କ ନାମ ଲେଖିବାର ସୁଯୋଗ ଦେଲା ଏବଂ ଏହି ନୂତନ କୌଶଳ ସହିତ ନୂତନ ଉତ୍ପାଦ ତିଆରି କରିବା ସୁଯୋଗ ଆଣିଦେଲା |
ଜୁଲାଇ 9 ତାରିଖ, 2023 ମସିହାରେ ଭୁବନେଶ୍ୱରର Press Club of Odisha ଠାରେ BEADS ଦ୍ୱାରା ଆୟୋଜିତ ଜମଜମାଟ କାର୍ଯ୍ୟକ୍ରମରେ ରୋହିତ କାଲେ ତାଙ୍କର କଳାକୃତି ଏବଂ ସହଯୋଗ ପ୍ରକ୍ରିୟା ବିଷୟରେ ଉପସ୍ଥାପନା କରିଥିଲେ | ତାଙ୍କ ସହିତ ଆସିଥିବା ସବାଇଘାସ ଶିଳ୍ପ ସମ୍ପ୍ରଦାୟର ମହିଳା କାରିଗରମାନେ ଅନୁମୋଦନ କରିଥିଲେ ଯେ ନୂତନ ଲିଖିତ ଡିଜାଇନ ପ୍ରକ୍ରିୟାର ବିକାଶ ହେବାରୁ ତାହା ତାଙ୍କୁ ନୂଆ ନୂଆ ଅର୍ଡ଼ର ପାଇବାରେ ସାହାଯ୍ୟ କରିଥିଲା |